Monday, August 25, 2025
spot_imgspot_img
Homeରାଜନୀତିରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

ରାଜ୍ୟ ବିଜେପିର ଗୁରୁତ୍ୱପୂର୍ଣ୍ଣ ବୈଠକ

 ରାଜ୍ୟ ବିଜେପିର ବଡ଼ ବୈଠକ । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ଯେଉଁଥିରେ ରାଜ୍ୟ ସଭାପତି ସମେତ ବହୁ ବରିଷ୍ଠ ପଦାଧିକାରୀ, ରାଜ୍ୟ ପ୍ରଭାରୀ, ରାଜ୍ୟ ସହ ପ୍ରଭାରୀ ପ୍ରମୁଖ ଉପସ୍ଥିତ ରହିଛନ୍ତି । 

ଖବର ଅନୁଯାୟୀ, ସୋମବାର ଦିନ ମଧ୍ୟାହ୍ନ ସମୟରେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ବସିଛି ବଡ଼ ବୈଠକ । କେନ୍ଦ୍ରରେ ମୋଦି ସରକାରକୁ ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କୁ ୧ ବର୍ଷ ପୂର୍ତ୍ତି ହେଉଛି । କେନ୍ଦ୍ର ସରକାରର ୧୧ ବର୍ଷ ଏବଂ ରାଜ୍ୟ ସରକାରଙ୍କ ୧ ବର୍ଷର ହିସାବ ଦେବ ବିଜେପି । ନିର୍ବାଚନ ସମୟରେ ଯାହା ପ୍ରତିଶ୍ରୁତି ଦେଇଥିଲା ଦଳ, ତାହା କେତେ ପୂରଣ ହୋଇଛି ଗାଁ ଗାଁ ଯାଇ ଲୋକଙ୍କୁ କହିବେ କର୍ମକର୍ତ୍ତା ।ରବିବାର ଦିନ ବସିଥିବା ବିଜେପିର ଏହି ବୈଠକରେ ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର, ସହ ପ୍ରଭାରୀ ଲତା ଉସେଣ୍ଡି, ରାଜ୍ୟ ପଦାଧିକାରୀ, ପ୍ରବକ୍ତା, ମୋର୍ଚ୍ଚା ସଭାପତି, ଜିଲ୍ଲା ସଭାପତି ମାନେ ଉପସ୍ଥିତ ଅଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments