Monday, August 25, 2025
spot_imgspot_img
Homeତାଜା ଖବରଚାଇନା ଉପରେ ଅତରି କ୍ତି ୫୦% ଟାରଫି ୍‌ଘୋଷଣା କଲେ ଟ୍ରମ୍ପ

ଚାଇନା ଉପରେ ଅତରି କ୍ତି ୫୦% ଟାରଫି ୍‌ଘୋଷଣା କଲେ ଟ୍ରମ୍ପ

ୱାଶିଂଟନ : ଆମେରିକାର ୩୪% ପାରସ୍ପରିକ ଶୁଳ୍କ ଜବାବରେ ଚାଇନା ସମାନ ପରିମାଣର ଜବାବୀ ଶୁଳ୍କ
ଲଗାଇଥିଲା। ବେଜିଂ ଏହି ଟାରିଫ୍ ଘୋଷଣା କରିବାର ୨୪ ଘଣ୍ଟା ନ ପୂରୁଣୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ
ଟ୍ରମ୍ପ୍ ଚାଇନା ସାମଗ୍ରୀ ଉପରେ ଅତିରିକ୍ତ ୫୦% ଶୁଳ୍କ ଲଗାଯିବା ନେଇ ସୋମବାର ଘୋଷଣା କରିଛନ୍ତି। ୨
ଦେଶ ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଜୋର୍ରଦାର ହୋଇଥିବାବେଳେ ଚାଇନା ସାମଗ୍ରୀ ଉପରେ ୱାଶିଂଟନ ମୋଟ
୮୪% ଟାରିଫ୍ ଲଗାଇବାକୁ ଯାଉଛି। ବିଶ୍ୱବ୍ୟାପୀ ସବୁ ଦେଶ ଉପରେ ହ୍ୱାଇଟ୍ ହାଉସ୍‌? ୧୦% ଶୁଳ୍କ
ଲଗାଇଥିବାବେଳେ ଏହାକୁ ମିଶାଇ ଚାଇନା ସାମଗ୍ରୀ ଉପରେ ମୋଟ ୯୪% ଟାରିଫ୍ ଲାଗୁ ହେବାକୁ
ଯାଉଛି। ଚାଇନାକୁ ପୂର୍ବରୁ ଚେତାବନୀ ଦେଇଥିବା ଟ୍ରମ୍ପ୍‌? ନିଜ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଟ୍ରୁଥ୍‌
ସୋସିଆଲ୍‌ରେ ଲେଖିଛନ୍ତି। ଚାଇନା ଆମେରିକୀୟ ସାମଗ୍ରୀ ଉପରେ ଯଥେଷ୍ଟ ଅଧିକ ଶୁଳ୍କ
ଲଗାଇଥିବାବେଳେ ପୁଣି ୩୪% ଜବାବୀ ଟିକସ ଘୋଷଣା କରିଥିଲା। ଆମ ଉପରେ ଅଧିକ ଟାରିଫ
ଲାଗୁ କଲେ ଆମେ ଆହୁରି ଅଧିକ ଶୁଳ୍କ ଲଗାଇବୁ ବୋଲି ପୂର୍ବରୁ କହିଥିଲୁ। ବେଜିଂ ଯଦି ୩୪% ଶୁଳ୍କ
ମଙ୍ଗଳବାର ସୁଦ୍ଧା ପ୍ରତ୍ୟାହାର ନ କରେ, ତେବେ ୯ ତାରିଖରୁ ଏହାର ସାମଗ୍ରୀ ଉପରେ ଅତିରିକ୍ତ
୫୦% ଶୁଳ୍କ ଲାଗୁ ହେବ ବୋଲି ଟ୍ରମ୍ପ୍ ସୋମବାର ସ୍ପଷ୍ଟ କରିଦେଇଛନ୍ତି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments