ଅନ୍ତର୍ଜାତୀୟ ସାମୁଦ୍ରିକ ସୀମାରେଖା (ଆଇଏମ୍ବିଏଲ୍)
ଡେଇଁ ଭାରତୀୟ ମତ୍ସ୍ୟଜୀବୀ ଶ୍ରୀଲଙ୍କା ଜଳରାଶି
ଭିତରକୁ ପ୍ରବେଶ କରିବା ସାଧାରଣ ଘଟଣାରେ
ପରିଣତ ହୋଇଯାଇଛି। ନିକଟରେ ବେଆଇନ ମାଛ
ଧରିବାକୁ ଚାଲିଯାଇଥିବା ୩୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ
ଶ୍ରୀଲଙ୍କା କର୍ତୃପକ୍ଷ ଗିରଫ କରିଥିବା ବେଳେ ୫
ମାଛଧରା ଡଙ୍ଗାକୁ ଜବତ କରିଛନ୍ତି। ୨୭
ଜାନୁଆରୀରେ ଶ୍ରୀଲଙ୍କା ନୌସେନା ଭାରତୀୟ ଡଙ୍ଗା
ଉପରକୁ ଗୁଳି କରିବାରୁ ୫ ଜଣ ମତ୍ସ୍ୟଜୀବୀ ଆହତ
ହୋଇଥେô ଲ। ଏହି ପ୍ରସଙ୍ଗ ଦୁଇ ଦେଶ ମଧ୍ୟରେ ତକ୍ତି ତା
ବଢ଼ାଇଥିଲା। ଏପରିକି ଭାରତର ବହିର୍ବ୍ୟାପାର
ମନ୍ତ୍ରଣାଳୟ ଶ୍ରୀଲଙ୍କାର କାର୍ଯ୍ୟକାରୀ ଉଚ୍ଚାୟୁକ୍ତଙ୍କୁ ଏହି
ଘଟଣାକୁନେଇ ସମନ ଜାରି କରଥି ôଲା। ଏକ ଦଶନ୍ଧିର
ଇତିହାସକୁ ଦେଖିଲେ ଭାରତୀୟ ମତ୍ସ୍ୟଜୀବୀଙ୍କ ଗିରଫ
ସଂଖ୍ୟା ବଢ଼ି କେବଳ ୨୦୨୪ରେ ୫୦୦
ଟପିଯାଇଛି। ୨୦୨୫ର ଦୁଇମାସ ନ ପୂରୁଣୁ ଅଟକ
ରହିଥିବା ମତ୍ସ୍ୟଜୀବୀଙ୍କ ସଂଖ୍ୟା ୧୦୦ରୁ ଅଧିକ
ହେଲାଣି। ପୂର୍ବରୁ ଯେଉଁମାନେ ଗିରଫ ହେଉଥିଲେ,
ସେମାନଙ୍କୁ ପ୍ରାୟତଃ ଛାଡ଼ି ଦିଆଯାଉଥôଲ ।। କିନ୍ତୁ ଏବେ
ଅନେକଙ୍କୁ ଦୋଷୀ କରାଯାଇ ଦଣ୍ଡିତ କରାଯାଉଛି।
ଏଠାରେ ଜଣାଶୁଣା ଯେ, କିଛିବର୍ଷ ହେବ ଭାରତ ସହ
ପଡ଼ୋଶୀ ଦେଶଗୁଡ଼ିକର ସମ୍ପର୍କ ଭଲ ନାହିଁ। ଯେହେତୁ
ଭାରତୀୟ ମତ୍ସ୍ୟଜୀବୀ ବେଆଇନ ଭାବେ ଶ୍ରୀଲଙ୍କା
ଜଳସୀମାକୁ ପଶି ଯାଉଛନ୍ତି, ସେହେତୁ ସେମାନଙ୍କ
ବିରୋଧରେ ଦଣ୍ଡବିଧାନ କରାଯାଉଛି। ଭାରତୀୟ
ମତ୍ସ୍ୟଜୀବୀ କାହିଁକି ବାରମ୍ବାର ନିୟମ ଉଲ୍ଲଂଘନ କରି
ଦଣ୍ଡିତ ହେଉଛନ୍ତି ତାହାକୁ ନେଇ ପ୍ରଶ୍ନ ଉଠିବା
ସ୍ୱାଭାବିକ। ତାମିଲନାଡଠୁ ।ରୁ ଶ୍ରୀଲଙ୍କାର ଉତରାଂଚଳ
ଯାଏ ବ୍ୟାପିଥିବା ପାକ୍ ଷ୍ଟ୍ରେଟ୍କୁ ଆଇଏମ୍ବିଏଲ୍
ଅନୁଯାୟୀ ଦୁଇ ଭାଗରେ ବିଭକ୍ତ କରାଯାଇଛି।
ଭାରତୀୟ ଅଞ୍ଚଳରେ ଅତ୍ୟାଧୁନିକ ଟ୍ରଲର ସାହାଯ୍ୟରେ
ସମ୍ପୂର୍ଣ୍ଣ ତଳ ଜଳରାଶିରୁ ବ୍ୟାପକ ଭାବେ ମାଛ
ଧରାଯାଉଥିବାରୁ ମାଛସଂଖ୍ୟା ଦ୍ରୁତ ଗତିରେ ହ୍ରାସ
ପାଇଛି। ଶ୍ରୀଲଙ୍କାରେ ଏଭଳି ମାଛଧରା ପଦ୍ଧତି
ଅବଲମ୍ବନ କରାଯାଉ ନ ଥିବାରୁ ସେଠାକାର
ଜଳରାଶିରେ ପ୍ରଚୁର ମାଛ ରହୁଛନ୍ତି। ଲୋଭର
ବଶବର୍ତୀ ହୋଇ ଭାରତୀୟ ମତ୍ସ୍ୟଜୀବୀ ଜାଣିଶୁଣି
ବେଆଇନ ଭାବେ ବାରମ୍ବାର ସେହି ଅଞ୍ଚଳକୁ ପ୍ରବେଶ
କରୁଥିବାରୁ ଏଭଳି ଅସ୍ୱାଭାବିକ ସ୍ଥିତି ଉପୁଜୁଛି।
ଏଥିସହିତ ୨୮୫ ଏକର ବିଶିଷ୍ଟ କଚ୍ଚାଥିଭୁ ଦୀପ
ପ୍ରସଙ୍ଗ ମଧ୍ୟ ଏହି ଆଲୋଚନା ପରିସରକୁ ଆସୁଛି।
ଉଲ୍ଲେଖଯୋଗ୍ୟ, ୧୯୭୪ରେ ଏହା ଶ୍ରୀଲଙ୍କା
ଅଧୀନକୁ ଯାଇଥିଲା। କିନ୍ତୁ ବୁଝାମଣା ଅନୁଯାୟୀ
ଭାରତୀୟ ମତ୍ସ୍ୟଜୀବୀମାନେ ସେଠାରେ କେବଳ ଜାଲ
ଶୁଖାଇ ପାରିବାର ବ୍ୟବସ୍ଥା ରଖାଯାଇଥିଲା। ହେଲେ
ଏବେ ତାମିଲନାଡୁ ନେତାମାନେ ତାହାକୁ ଭାରତକୁ
ଫେରାଇ ଆଣିବାକୁ ଦାବି କରଛୁ ନ୍ତ,ି ଯାହାଫଳରେ ଏହା
ଅନ୍ୟତମ ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି। ଗୋଟିଏ
ପଟେ ରାଜନେତାଙ୍କ ଦାବିକୁ ଦେଖି ମତ୍ସ୍ୟଜୀବୀମାନେ
ଉତ୍ସାହିତ ହୋଇ ଶ୍ରୀଲଙ୍କା ଜଳରାଶି ଭିତରକୁ ପ୍ରବେଶ
କରିଯାଉଛନ୍ତି। ଅନ୍ୟପଟେ ଶ୍ରୀଲଙ୍କା କର୍ତୃପକ୍ଷ ନିଜ
ଅଧିକାର ସାବ୍ୟସ୍ତ କରିବାକୁ ଚାହିଁ ବେଆଇନ
ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କରି ଦଣ୍ଡିତ
କରିବାରେ ଲାଗିଛନ୍ତି। ଭାରତୀୟ ବହିର୍ବ୍ୟାପାର
ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୨୨ ନଭେମ୍ବର ୨୦୨୪ ସୁଦ୍ଧା ୧୪୧ ଭାରତୀୟ ମତ୍ସ୍ୟଜୀବୀ ଶ୍ରୀଲଙ୍କା ଅଧୀନରେ
ରହିଥିବାବେଳେ ୧୯୮ ମାଛଧରା ଡଙ୍ଗାକୁ ଜବତ କରାଯାଇଛି। ୪୫ ଜଣଙ୍କ ବିଚାର ଚାଲିଥôବ । ବେଳେ ୯୬
ଜଣ ମତ୍ସ୍ୟଜୀବୀ ଦଣ୍ଡିତ ହୋଇଛନ୍ତି। ଏହି ସମୟ ମଧ୍ୟରେ ୩୬୩ ଜଣଙ୍କୁ ଭାରତ ସରକାର ମୁକୁଳାଇବାରେ
ସକ୍ଷମ ହୋଇଛନ୍ତି। ଏଭଳି ପରିପ୍ରେକ୍ଷୀରେ ଭାରତ ସରକାର ତା’ର ମତ୍ସ୍ୟଜୀବୀମାନଙ୍କୁ ଆଇଏମ୍?ବିଏଲ୍?
ନିୟମ ମାନି ଚଳିବାକୁ ପରାମର୍ଶ ଦେବା ସହିତ ସେମାନଙ୍କୁ ପ୍ରଶିକ୍ଷଣ ଦେବାର ଆବଶ୍ୟକତା ପଡ଼ିଲାଣି। ଏହି
ପ୍ରସଙ୍ଗରେ ତାମିଲନାଡୁ ସରକାର ଯେହେତୁ ସର୍ବଦା ହସ୍ତକ୍ଷେପ କରୁଛନ୍ତି, କେନ୍ଦ୍ର ସରକାର ମଧ୍ୟ ତାଙ୍କ ସହ
ଆଲୋଚନା ଟେବୁଲରେ ବସିବା ଦରକାର। ଏଭଳି ବିବାଦକୁ ପ୍ରତିହତ କରିବାକୁ ହେଲେ ଭାରତ ଓ ଶ୍ରୀଲଙ୍କା
ସରକାର କଥାବାର୍ତା ବେଳେ ଉଭୟ ମତ୍ସ୍ୟଜୀବୀ ସମ୍ପ୍ରଦାୟଙ୍କୁ ମଧ୍ୟ ବିଶ୍ୱାସକୁ ନେଇ ସମାଧାନର ବାଟ ବାହାର
କରିବାର ଆବଶ୍ୟକତା ପଡ଼ିଲାଣି। ଏଥିସହିତ ଶ୍ରୀଲଙ୍କା କର୍ତୃପକ୍ଷଙ୍କୁ ଦୋଷ ଦେବା ପରିବର୍ତେ ଭାରତ ଏକ
ବ୍ୟବସ୍ଥିତ ଓ ସ୍ଥାୟୀ ମତ୍ସ୍ୟନୀତି କରି କୂଟନୈତିକ ସ୍ତରରେ ଉକ୍ତ ଘଟଣାକୁ ପରିଚାଳନା କରିବା ଆବଶ୍ୟକ।