Monday, August 25, 2025
spot_imgspot_img
Homeମନୋରଞ୍ଜନଗ୍ରୀନ କୋଇଡା, କ୍ଲିନ କୋଇଡା ର ଶୁଭାରମ୍ଭ

ଗ୍ରୀନ କୋଇଡା, କ୍ଲିନ କୋଇଡା ର ଶୁଭାରମ୍ଭ

ଭୁବନେଶ୍ୱର : ଅଗ୍ରଣୀ ସଂସ୍କୃତିକ ଓ ସ୍ଵେଛାସେବୀ ଅନୁଷ୍ଠାନ ବୀଣାପାଣି ନାଟ୍ୟ ସଂସ୍ଥା ପକ୍ଷରୁ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଠାରେ ଗ୍ରୀନ କୋଇଡା ଓ କ୍ଲିନ କୋଇଡା କ୍ୟାମ୍ପିନିଙ୍ଗ ର ଶୁଭାରମ୍ଭ ହୋଇଯାଇଛି l ଏହି କାର୍ଯ୍ୟକ୍ରମରେ କୋଇଡା ବ୍ଲକର ବିଡିଓ ରଶ୍ମୀରେଖା ପାତ୍ର ଓ ସନ୍ନାନୀତି ଅତିଥି ଭାବରେ ସମାଜସେବୀ ତଥା କୋଇଡା ସଂଗଠନର ସଂଗଠକ ସଞ୍ଜୟ ପ୍ରସାଦ ସାହୁ,ପୂର୍ବତନ ସରପଞ୍ଚ ସନ୍ଧ୍ୟା ରାଣୀ ନାୟକ, ପୂର୍ବତନ ସରପଞ୍ଚ ଛୋଟରାୟ ନାୟକ, କୋଇଡା ସରପଞ୍ଚ ତଥା ସମାଜସେବୀ ହୃଷିକେଶ ଦେହୁରୀ,ଚାରି ନମ୍ବର ୱାର୍ଡର ୱାର୍ଡ ମେମ୍ବର ଗୌରୀ ଶଙ୍କର ପାତ୍ର,ପ୍ରମୁଖ ଯୋଗ ଦେଇଥିଲେ l ବୀଣାପାଣି ନାଟ୍ୟ ସଂସ୍ଥା ପକ୍ଷରୁ କୋଇଡା ଅଂଚଳ ର ବହୁ ଲୋକଙ୍କୁ ଔଷଧୀୟ ବୃକ୍ଷ ବଣ୍ଟନ କରାଯାଇଥିଲା l ମୁଖ୍ୟ ଅତିଥି ବିଡିଓ ରଶ୍ମି ରେଖା ପାତ୍ର ବକ୍ତବ୍ୟ ରେ କହିଲେ ଯେ କୋଇଡା ବ୍ଲକ ର ପ୍ରତେକ ଅଂଚଳରେ ବୃକ୍ଷ ରୋପଣ କରାଯିବା ସହିତ ଲୋଳମାନେ ପ୍ରଦୂଷଣ ବାୟୁ ପାଇଲେ ସୁସ୍ଥ ନିରୋଗ ରହିବେ l ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ, ରାସ୍ତା ଘାଟ ର ଉନତି ପାଇ ବ୍ଲକ ପକ୍ଷରୁ ଅନେକ ପଦକ୍ଷେପ ନିଆ ଯାଇଛି l ବୀଣାପାଣି ନାଟ୍ୟ ସଂସ୍ଥା ର ଗ୍ରୀନ କୋଇଡା, କ୍ଲିନ କୋଇଡା ଅଭିଯାନ ପ୍ରୟସକୁ ବିଡିଓ ପ୍ରଶଂସା କରିଥିଲେ l ସମାଜସେବୀ ସଞ୍ଜୟ ସାହୁ ଙ୍କ ଉଦ୍ୟମ ଯୋଗୁ ଏହି କାର୍ଯ୍ୟକ୍ରମ ସଫଳ ହୋଇପାରିଛି ବୋଲି ଅତିଥି ମାନେ କହିଥିଲେ l ବୀଣାପାଣି ନାଟ୍ୟ ସଂସ୍ଥାର ସମ୍ପାଦକ ବିଚିତ୍ର ମଲିଆ ସବୁଜ କୋଇଡା ଅଭିଯାନ ରେ ବ୍ୟାପକ ବୃକ୍ଷ ରୋପଣ ସାଙ୍ଗକୁ ଲୋକମାନଙ୍କୁ ପରିବେଶ ସଚେତନ ବାର୍ତ୍ତା ଦିଆଯିବ ବୋଲି କହିଥିଲେ l ଏହି କାର୍ଯ୍ୟକ୍ରମରେ ଲକ୍ଷ୍ମୀ ନାରାୟଣ ମିଶ୍ର ସହଯୋଗ କରିଥିଲେ l ଶେଷରେ ସ୍ଥାନୀୟ କଳାକାର ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରି ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ l

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments