ଏସିଆନ କ୍ରୀଡାରେ ରବିବାର ଭାରତ ତିନୋଟି ସ୍ବର୍ଣ୍ଣ ପଦକ ସହ ୧୫ଟି ପଦକ ହାସଲ କରି ଭାରତୀୟ କ୍ରୀଡା ଦକ୍ଷତାର ପରିଚୟ ଦେଇଛି | ଏହି କ୍ରୀଡା ମହାକୁମ୍ଭର ଅଷ୍ଟମ ଦିବସରେ ଏଭଳି ସଫଳତା ଭାରତର ପଦକ ସଂଖ୍ୟାକୁ ୫୩ ବୃଦ୍ଧି ଘଟାଇବା ସହ ଚତୁର୍ଥ ସ୍ଥାନ ବଜାୟ ରଖିଛି |
ମୋଟ ୫୩ଟି ପଦକ ମଧ୍ୟରୁ ୧୩ଟି ସ୍ବର୍ଣ୍ଣ, ୨୧ଟି ରୌପ୍ୟ ଏବଂ ୨୯ଟି ବ୍ରୋଞ୍ଜ ପଦକ ରହିଛି |
ରବିବାର ସୁଟିଂରେ ପୁରୁଷ ଟ୍ରାପ ଦଳ ସ୍ବର୍ଣ୍ଣ ଜିତିବା ସହ ଆଥଲେଟିକ୍ସରେ ତଜିନ୍ଦର ଓ ଅବିନାଶ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ |
ଅନୁରୂପ ପଦକ ଦୌଡ ରେ ଚାଇନା, ଜାପାନ ଓ କୋରିଆ ଯଥାକ୍ରମେ ପ୍ରଥମ, ଦ୍ଵିତୀୟ ଓ ତୃତୀୟ ସ୍ଥାନରେ ରହିଛନ୍ତି |
Click on the link below to read our previous article