Monday, December 23, 2024
spot_imgspot_img
Homeତାଜା ଖବରଇସ୍ରାଏଲ - ହମାସ ଯୁଦ୍ଧରେ ଚକିତ ବିଶ୍ଵ

ଇସ୍ରାଏଲ – ହମାସ ଯୁଦ୍ଧରେ ଚକିତ ବିଶ୍ଵ

ଇସ୍ରାଏଲ ସେନା ଓ ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ହମାସ ମଧ୍ୟରେ ଯୁଦ୍ଧ ଦ୍ଵିତୀୟ ଦିନରେ ପହଞ୍ଚିଛି। ଶନିବାର ହମାସର ଆକ୍ରମଣ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଛି।

ଏହି ଯୁଦ୍ଦରେ ୧୦୦୦ରୁ ଅଧିକ ଜନସାଧାରଣ ଓ ସେନା ପ୍ରାଣ ହରାଇ ସାରିଲେଣି। ଏହି ଯୁଦ୍ଧରେ ହେଜବୋଲ୍ଲା ସଂଗଠନ ମଧ୍ୟ ଯୋଗଦେଇ ଇସ୍ରାଏଲ ଉପରେ ରକେଟ ମାଡ କରିଛି ଏବଂ ପ୍ରତି ଆକ୍ରମଣରେ ଇସ୍ରାଏଲ ସଙ୍ଗଠନର ଆଡ୍ଡାସ୍ଥଳ ଉପରେ ଆକ୍ରମଣ କରିଛି।

ରିପୋର୍ଟ ଅନୁଯାୟୀ ହମାସ ଆତଙ୍କବାଦୀଙ୍କ ଆକ୍ରମଣରେ ୭୦୦ରୁ ଅଧିକ ଇସ୍ରାଏଲ ନାଗରିକ ପ୍ରାଣ ହରାଇଲେଣି। ସେହିପରି ଇସ୍ରାଏଲ ସେନା ପକ୍ଷରୁ ଆରମ୍ଭ ହୋଇଥିବା ଯୁଦ୍ଧ ” ଅପରେସନ୍ ଆଇରନ ସୋର୍ଡସ୍” ରେ ୪୦୦ ରୁ ଅଧିକ ହମାସ ଯୋଦ୍ଧା ପ୍ରାଣ ହରାଇଲେଣି। ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜା ଉପରେ ଆକ୍ରମଣ ଜୋରଦାର କରାଯାଇଛି।

ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଷ୍ଟେଟ ଅଫ ୱାର ଘୋଷଣା କରିଥିବା ବେଳେ ହମାସ ସଶସ୍ତ୍ର ବାହିନୀର ନେତା କ୍ୱାସମ ବ୍ରିଗେଡ କହିଛନ୍ତି ଯେ ଏବେ ବି ହମାସ ଯୋଦ୍ଧା ମାନେ ଇସ୍ରାଏଲର ବିଭିନ୍ନ ସ୍ଥାନରେ ଯୁଦ୍ଧ ଚାଲୁରଖିଛନ୍ତି ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments