ପ୍ରକୃତିରୁ ମିଳୁଥିବା ଏପରି କିଛି ଖାଦ୍ୟ ଅଛି, ଯାହାକୁ କଂଚା କିମ୍ବା ଗଜା କରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ ଅନେକ
ସୁପଭ୍ର ।ବ ପଡଥ଼ି ।ଏ। ସେଥି ମଧ୍ୟରୁ ଗଜା ମୁଗ ଅନ୍ୟତମ। ଏଥିରେ ଫୋଲେଟ୍, ଭଟି ।ମିନ୍ ଈ୬, ଆଇରନ୍ପୋଟାସିୟମ୍
ଏବଂ ମ୍ୟାଗ୍ନେସିୟମ୍ ପରି ଖଣିଜ ପଦାର୍ଥ ଭରପୂର ପରିଣାରେ ଥାଏ। ଏହାକୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଉପରେ କି କି
ସୁପ୍ରଭାବ ପଡ଼େ, ଜାଣନ୍ତୁ… ହଜମ ପ୍ରକ୍ରିୟାରେ ଉନ୍ନତି ଆସେ ପ୍ରତିଦିନ ସକାଳେ ଗଜା ମୁଗ ଖାଇବା ଦ୍ୱାରା ହଜମ
ପ୍ରକ୍ରିୟା ସହଜ ହୋଇଥାଏ। ଏଥିସହ ପେଟ ଫୁଲା ଏବଂ କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିବାରେ ମଧ୍ୟ ଗଜାମୁଗ
ସହାୟକ ହୋଇଥାଏ। ପ୍ରୋଟିନ ମିଳେ : ଗଜା ମୁଗରେ ଭରପୂର ପରିମାଣରେ ପ୍ରୋଟିନ ଥାଏ। ଗଜା ମୁଗ ଖାଇବା
ଦ୍ୱାରା ମାଂସପେଶୀ ବୃଦ୍ଧି ହେବା ସହ କୋଷ ତିଆରି ହୋଇଥାଏ। ବିଶେଷ କରି ଶାକାହାରୀ ଲୋକଙ୍କ ପାଇଁ ଏହା ବେଶ୍
ଉପକାରୀ। ଓଜନ ହ୍ରାସ : ଗଜା ମୁଗରେ ଥିବା ଫାଇବର ଅଧିକ ସମୟ ପର୍ଯ୍ୟନ୍ତ ପେଟକୁ ପୂର୍ଣ୍ଣ ରଖିଥାଏ। ଅର୍ଥାତ୍
ଗଜା ମୁଗ ଖାଇବା ଦ୍ୱାରା ବିଶେଷ ଭୋକ ଲାଗିନଥାଏ। ଏହା ଦ୍ୱାରା ବାରମ୍ବାର ଖାଇବାକୁ ଇଚ୍ଛା ହୋଇନଥାଏ।
ଫଳରେ ଓଜନ ପରିଚାଳନା ସହଜ ହୋଇଥାଏ। ରକ୍ତରେ ଶର୍କରାକୁ ନିୟନ୍ତ୍ରଣ କରେ ଗଜା ମୁଗରେ କମ୍ ଗ୍ଲାଇସେମିକ୍
ଇଣ୍ଡେକ୍ସ ଥାଏ, ଯାହା ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ଫଳରେ ମଧୁମେହ ଆଶଙ୍କା
ହ୍ରାସପାଏ। ମଧୁମେହ ରୋଗୀ ମଧ୍ୟ ଗଜା ମୁଗ ଖାଇବା ଦ୍ୱାରା ସେମାନଙ୍କ ରକ୍ତରେ ଶର୍କରା ସ୍ତର ନୟି ନ୍ତ୍ରଣ ହୋଇଥାଏ।
ଚର୍ମ ସ୍ୱାସ୍ଥ୍ୟରେ ଉନ୍ନତି ଆସେ ଜିଙ୍କ, ଭିଟାମିନ୍ ସି ଏବଂ ମିନେରାଲ୍ସର ଏକ ଉତମ ଉତ୍ସ ହେଉଛି ଗଜା ମୁଗ। ତେଣୁ
ଗଜା ମୁଗ ଖାଇବା ଦ୍ୱାରା ଚର୍ମରେ ଚମକ ଆସିବା ସହ ବ୍ରଣ ସମସ୍ୟା ଦୂର ହୋଇଥାଏ। ରୋଗ ପ୍ରତିରୋଧକ ଶକ୍ତି
ଗଜା ମୁଗରେ ଆଂଟିଅକ୍ସିଡାଂଟ ଗୁଣ ରହିଥାଏ। ଏହା ଶରୀରର ପ୍ରତିରକ୍ଷା ପ୍ରଣାଳୀକୁ ମଜବୁତ କରିବା ସହ ସଂକ୍ରମଣକୁ
ରୋକିବାରେ ସହାୟକ ହୋଇଥାଏ। ହୃଦୟ ସ୍ୱାସ୍ଥ୍ୟରେ ଉନ୍ନତି ଆସେ ଗଜା ମୁଗରେ ଚର୍ବି କମ୍ ଏବଂ ପୋଟାସିୟମ୍
ଭରପୂର ଥାଏ, ଯାହା ରକ୍ତଚାପକୁ ହ୍ରାସ କରିବାରେ ଏବଂ ହୃଦରୋଗର ଆଶଙ୍କାକୁ କମାଇବାରେ ସାହାଯ୍ୟ କରିଥାଏ।
ଶରୀରକୁ ଡିଟକ୍ସିଫାଏ କରେ ନିୟମିତ ଗଜା ମୁଗ ଖାଇବା ଦ୍ୱାରା ଶରୀର ଡିଟକ୍ସିଫାଏ ହୋଇଥାଏ। ଅର୍ଥାତ୍ ଶରୀରରୁ
ବିଷାକ୍ତ ପଦାର୍ଥ ନିଷ୍କାସିତ ହୋଇଯାଏ। ଏହା ଦ୍ୱାରା କିଡନୀ ଏବଂ ଯକୃତ ସୁସ୍ଥ ରହିଥାଏ। ଶକ୍ତି ସ୍ତର ବୃଦ୍ଧି ହୁଏ ଗଜା
ମୁଗ ଖାଇଲେ ଶରୀରକୁ ଏନର୍ଜି ମିଳେ। ଅର୍ଥାତ୍ ଶରୀରର ଶକ୍ତି ସ୍ତର ବୃଦ୍ଧି ପାଇଥାଏ। ଫଳରେ ଦୁର୍ବଳ ଲାଗେନାହିଁ।