Monday, December 23, 2024
spot_imgspot_img
Homeତାଜା ଖବରଜଳ ହିଁ ଜୀବନ ର ସ୍ରୋତ

ଜଳ ହିଁ ଜୀବନ ର ସ୍ରୋତ

ଏବର୍ଷ ର ବନ୍ୟା ଜଳ କୁ ଦେଖି ନିଶ୍ଚିତ ଭାବେ ପ୍ରମାଣ ମିଳୁଛି ଯେ ବାସ୍ତବ ରେ ଜଳ ଜୀବନ ଦେଇ ଥାଏ ଏବଂ ଜଳ ହିଁ ମୃତ୍ୟୁ ର କାରଣ ବି ହୋଇ ପରେ । ଏବର୍ଷ ମରୁଡି ର ସମ୍ଭାବନା କୁ ଏଡାଇ ଓଡିଶା ଓ ଛତିଶଗଡ଼ ରେ  ବନ୍ୟା ପରିସ୍ଥିତି ବହୁତ ଭୟଙ୍କର ସମସ୍ୟା ଶୃଷ୍ଟି କରିଛି । ବନ୍ୟା ଜଳ କହି କେତେ ପୋଲ ଘୁଷୁରା ଭାଙ୍ଗି ବିରାଟ ବଡ଼ ବଡ଼ ଘାଇ ଶୃଷ୍ଟି କରି ଚାଲିଛି ଏବଂ ସେଇ ବନ୍ୟା ଜଳ ର ସୁଅ ରେ କାହିଁ କେତେ ଗାଁ ଉବୁଟୁବୁ ହେଉ ଛନ୍ତି ।

କଟକ ମୁଣ୍ଡଳୀ ଅଂଚଳ ରେ ମହାନଦୀ ର ବନ୍ୟା ଜଳ ପାର୍ଶ୍ୱ ଗ୍ରାମ ମାନଙ୍କରେ ପଶି ଘର ଦ୍ୱାର, ଗୋରୁ ଗାଈ ଭସେଇ ନେଇ ଯାଇଛି ତା କାହିଁ କେତେ ଅଂଚଳ ରେ ଘାଇ ସୃଷ୍ଟି କରି ରାସ୍ତା ଅବରୋଧ କରି ଅଛି । ପୁରୀ ଗୋପ ଅଂଚଳ ରେ ପୋଲ ଭାଙ୍ଗି ଯିବାରୁ, ଏକ ୨୫ ଫୁଟିଆ ଘାଇ ସୃଷ୍ଟି ହେଇଛି ଯାହା ଦ୍ୱାରା ଅଖା ପାଖ ର ଗ୍ରାମ ବିଲ ବାଡ଼ି ସବୁ ଜଳମଗ୍ନ ହେଇ ଯାଇଛି । ଗ୍ରାମ ମାନଙ୍କରେ ବନ୍ୟା ଜଳ ପ୍ରବାହିତ ହେଉ ଅଛି ସୁଅ ସୁଅ ମାରୁଚି ଗାଁ ଦଣ୍ଡ ରେ ।

ସରକାରୀ କଳ ତତ୍ପରତା ସହ ବନ୍ୟା ଅଂଚଳ ରେ ରିଲିଫ ବଣ୍ଟନ ଏବଂ ଲୋକ ମାନଙ୍କ ସ୍ଥାନାନ୍ତରଣ କାର୍ଯ୍ୟରେ ଲାଗି ପଡ଼ି ଥିଲେ ମଧ୍ୟ ବନ୍ୟା ଜଳ ର ଗତି ଓ ଭୟଂକର୍ତା କାର୍ଯ୍ୟ ରେ ବାଧା ଉପୁଜେଇ ଚାଲିଛି । ଗୋପ ଅଂଚଳ ରୁ ଯାହା ଖବର ସଂଗ୍ରହ କର ଯାଇଛି ଯେ ଲୋକ ମାନଙ୍କୁ ମୋଟର ବାଟ ଯୋଗେ ଶୁଖିଲା ଖାଦ୍ୟ ଏବଂ ପାନୀୟ ଜଳ ଯୋଗାଇ ଦିଆ ଯାଉଛି ।

ଖବର ଲେଖା ହେଲା ପର୍ଯ୍ୟନ୍ତ ଗୋପ ର ନିକଟବର୍ତୀ ଗ୍ରାମ ମାନଙ୍କ ଭିତରେ ବନ୍ୟା ଜଳ ପଶି ଯାଇ ଥିଲା ଓ ଲୋକ ମାନଙ୍କ ଘର ଓ ବାରି ପଟେ ଜଳମଗ୍ନ ହେଇ ରହି ଥିଲା  ।

ଚାଷ ର କ୍ଷୟ କ୍ଷତି ର ଆକଳନ ପାଣି କମିବ ପରେ ହିଁ ଲଗେଇ ହେବ , କିନ୍ତୁ ଧାନ ଚାଷ ତ ସମ୍ପୂର୍ଣ ନଷ୍ଟ ବୋଲି ଜଣ ଯାଉଛି, ଓଡ୍ରାଫ ବାହିନୀ ପୂରା ଶକ୍ତି ରେ ରିଲିଫ କାର୍ଯ୍ୟ ରେ ଲାଗି ରହି ଛନ୍ତି ,ଆଶା କରା ଯାଉଛି ଯେ ୨ ୩ ଦିନ ମଧ୍ୟରେ ସ୍ଥିତି ସାମାନ୍ୟ ହବାରେ ଲାଗିବ ଏବଂ ଗ୍ରାମ ମଧ୍ୟରୁ ଜଳ ସ୍ତର କମିବ ॥

ଆମ ସୂତ୍ର ଦାତା ହେଉ ଛନ୍ତି  ଆମ ସମ୍ବାଦ ଦାତା ଶ୍ରୀ ଦେବାଶିଷ ନାୟକ , ପୁରୀ ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments