Monday, August 25, 2025
spot_imgspot_img
Homeତାଜା ଖବରଭୁବନେଶ୍ଵରରେ ପହଞ୍ଚିଲେ ଜେପି ନଡ୍ଡା, ‘ଆୟୁଷ୍ମାନ ଭାରତ’ର କରିବେ ଶୁଭାରମ୍ଭ

ଭୁବନେଶ୍ଵରରେ ପହଞ୍ଚିଲେ ଜେପି ନଡ୍ଡା, ‘ଆୟୁଷ୍ମାନ ଭାରତ’ର କରିବେ ଶୁଭାରମ୍ଭ

ଭୁବନେଶ୍ଵରରେ ପହଞ୍ଚିଛନ୍ତି କେନ୍ଦ୍ର ସ୍ଵାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା। ରାଜ୍ୟରେ ‘ଆୟୁଷ୍ମାନ ଭାରତ’ ଯୋଜନା ଶୁଭାରମ୍ଭ କରିବା ପାଇଁ ଶୁକ୍ରବାର ସେ ଭୁବନେଶ୍ଵରରେ ପହଞ୍ଚିଛନ୍ତି। ନଡ୍ଡା ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିବାପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉଭୟ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ପ୍ରଭାତୀ ପରିଡ଼ା, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ସାଂସଦ ଅପରାଜିତା ଷଡ଼ଙ୍ଗୀ ପ୍ରମୁଖ ତାଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସ୍ଵାଗତ କରିଛନ୍ତି। ସୂଚନାଯୋଗ୍ୟ, ଆଉ କିଛି ସମୟ ପରେ କଟକ ବାଲିଯାତ୍ରା ପଡ଼ିଆରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ‘ଆୟୁଷ୍ମାନ ଭାରତ’ର ଶୁଭାରମ୍ଭ ହେବ।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments