Monday, August 25, 2025
spot_imgspot_img
Homeରାଜନୀତିଦିଲୀପ ଘୋଷଙ୍କୁ ନେଇ ଚର୍ଚ୍ଚା ଜୋର

ଦିଲୀପ ଘୋଷଙ୍କୁ ନେଇ ଚର୍ଚ୍ଚା ଜୋର

ବିଜେପିର ବରିଷ୍ଠ ନେତା ଦିଲୀପ ଘୋଷ ପ୍ରଥମେ ରବିବାର କୋଲକାତାରେ ଆୟୋଜିତ ପାର୍ଟିର ସାଂଗଠନିକ ବୈଠକରୁ ଦୂରରେ ରହିଲେ। ଏହି ବୈଠକରେ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଉପସ୍ଥିତ ଥିଲେ। ଗୋଟିଏ ସପ୍ତାହ ଭିତରେ ଦୁଇ ଥର ଏମିତି ଘଟିଛି, ଯେଉଁଠି ପୂର୍ବତନ ପଶ୍ଚିମବଙ୍ଗ ସଭାପତି ଦିଲୀପ ଘୋଷ ବିଜେପିର ଶୀର୍ଷ ନେତାଙ୍କ କାର୍ଯ୍ୟକ୍ରମରୁ ଦୂରେଇ ରହିଛନ୍ତି। ଏହା ପୂର୍ବରୁ ମେ ୨୯ରେ ପଶ୍ଚିମବଙ୍ଗର ଅଲୀପୁରଦ୍ଵାରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନସଭାରେ ମଧ୍ୟ ସେ ଉପସ୍ଥିତ ନ ଥିଲେ।

ଦିଲୀପ ଘୋଷ ପୂର୍ବ ମେଦିନୀପୁରର ଦୀଘାରେ ନବ ନିର୍ମିତ ଜଗନ୍ନାଥ ମନ୍ଦିରର ଉଦଘାଟନ ପରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଭେଟିଥିଲେ। ଏହାକୁ ନେଇ ରାଜ୍ୟ ରାଜନୀତିରେ ବଡ଼ ବିବାଦ ସୃଷ୍ଟି ହୋଇଥିଲା। ବିଜେପିର ଅନେକ ନେତା ଘୋଷଙ୍କ ଉପରେ ମମତାଙ୍କ ନିକଟତର ହେବା ଏବଂ ପାର୍ଟି ସହ ବିଶ୍ଵାସଘାତ କରିବାର ଅଭିଯୋଗ ଲଗାଇଛନ୍ତି। କିନ୍ତୁ ଘୋଷ କହିଥିଲେ, ତାଙ୍କୁ ପୂଜାସ୍ଥଳକୁ ଯିବାର ପୂରା ଅଧିକାର ରହିଛି। କେହି ବି ବିଜେପିର ବିଶ୍ଵସ୍ତ ନେତା ଭାବେ ତାଙ୍କର ସଚ୍ଚୋଟତା ଉପରେ ପ୍ରଶ୍ନ କରି ପାରିବେ ନାହିଁ। ତାଙ୍କର ଏହି ଟିପ୍ପଣୀ ପରେ ବି ବିବାଦ ଥମି ନ ଥିଲା ଏବଂ ପରେ ଘୋଷଙ୍କୁ ପାର୍ଟିର କୌଣସି ବି କାର୍ଯ୍ୟକ୍ରମରେ ଆମନ୍ତ୍ରିତ କରାଯାଇ ନ ଥିଲା। ସାମ୍ବାଦିକଙ୍କ ସହ ଆଲୋଚନା ବେଳେ ଘୋଷ କହିଛନ୍ତି ଯେ, ମୋତେ ପ୍ରତ୍ୟେକ ବୈଠକରେ ଆମନ୍ତ୍ରିତ କରାଯିବା ବାଧ୍ୟତାମୂଳକ ଅବା ଜରୁରୀ ନୁହେଁ। ହୋଇପାରେ ମୋତେ କିଛି ବୈଠକକୁ ଡକାଯିବ ଏବଂ ଆଉ କିଛି ବୈଠକକୁ ଡକା ଯାଇ ନ ପାରେ। ଦିଲୀପ ଘୋଷଙ୍କ ଅନୁପସ୍ଥିତି ବିଷୟରେ ପ୍ରଶ୍ନ ହେବାରୁ ପାର୍ଟିର ରାଜ୍ୟ ସଭାପତି ସୁକାନ୍ତ ମଜୁମଦାର କହିଛନ୍ତି, ଦିଲୀପ ଦା ଜଣେ ବରିଷ୍ଠ  ନେତା। ମୁଁ ବାସ୍ତବରେ ତାଙ୍କ ଅନୁପସ୍ଥିତି ଉପରେ ଟିପ୍ପଣୀ କରି ପାରିବି ନାହିଁ। 

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments