Tuesday, August 26, 2025
spot_imgspot_img
Homeତାଜା ଖବରଜନ୍ ଫୋସେଙ୍କୁ ସାହିତ୍ୟରେ ନୋବେଲ

ଜନ୍ ଫୋସେଙ୍କୁ ସାହିତ୍ୟରେ ନୋବେଲ

ନରୱେ ଲେଖକ ଜନ୍ ଫୋସେଙ୍କୁ ଏବର୍ଷ ସାହିତ୍ୟରେ ସମ୍ମାନ ଜନକ ନୋବେଲ ପୁରସ୍କାର ପ୍ରଦାନ ନିମନ୍ତେ ଘୋଷଣା କରାଯାଇଛି। ତାଙ୍କର ଲେଖା ମାଧ୍ୟମରେ ସେ ଅକୁହା ଭାବନାକୁ ରୂପ ଦେଇଥାନ୍ତି। ତାଙ୍କର ଅଭିନଵ ନାଟକ ଏବଂ ଗଦ୍ୟ ଲେଖା ପାଇଁ ତାଙ୍କୁ ଏ ପୁରସ୍କାର ମିଳିଛି ।

ଫୋସେଙ୍କ କୃତି ସମୂହ ଫୋସେ ମିନିମାଲିଜିମ୍ ନାମରେ ପରିଚିତ ହୋଇପାରିଛି । ତାଙ୍କର ପ୍ରମୁଖ କୃତି ଗୁଡିକ ମଧ୍ୟରେ ବୋଟ ହାଉସ, ମେଲାଙ୍କୋଲି ପ୍ରଥମ ଓ ଦ୍ଵିତୀୟ ଭାଗ ଅନ୍ୟତମ । ଫୋସେଙ୍କର ଲେଖାରେ ନରୱେର ପୃଷ୍ଠଭୂମି ଓ ଭାଷା ଖୁବ ସ୍ପଷ୍ଟ ଭାବେ ଚିତ୍ରିତ ବୋଲି ନୋବେଲ ସାହିତ୍ୟ କମିଟିର ଅଧ୍ୟକ୍ଷ ମତ ଦେଇଛନ୍ତି ।

ସେ ନରୱେର ଜଣେ ପ୍ରମୁଖ ଲେଖକ ଯାହାଙ୍କ କୃତି ଆଧାରରେ ଅନେକ ନାଟକ ପ୍ରଦର୍ଶିତ ହୋଇଛି । ଏତଦଭିନ୍ନ ସେ 40ରୁ ଅଧିକ ପ୍ରବନ୍ଧ, ଉପନ୍ୟାସ, କ୍ଷୁଦ୍ର ଗଳ୍ପ,ଶିଶୁ ପୁସ୍ତକ ଓ କବିତା ଲେଖିବା ସହ ତାଙ୍କର କୃତି ସମୂହ ବିଶ୍ୱର ଚାଳିଶିରୁ ଉର୍ଦ୍ଧ୍ୱ ଭାଷାକୁ ଅନୁବାଦିତ ହୋଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments