ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ “ମିଶନ ଶକ୍ତି ସ୍କୁଟର” ଯୋଜନାର ଆରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ମହିଳା ସଶକ୍ତିକରଣରେ ଏହା ଏକ ଗୁରୁତତ୍ୱପୂର୍ଣ୍ଣ ଦିନ। ଏହି ଯୋଜନାର ଶୁଭାରମ୍ଭରେ ୧୫୦୦୦ ମହିଳାଙ୍କୁ ସ୍କୁଟର ପ୍ରଦାନ କରାଯାଇଛି। ଏହି ଯୋଜନାରେ ପ୍ରତ୍ୟେକ ମହିଳାଙ୍କୁ ଏକ ଲକ୍ଷ ପର୍ଯ୍ୟନ୍ତ ଋଣ ଦିଆଯାଇଛି ଯାହାର ସୁଧ ରାଜ୍ୟ ସରକାର ବହନ କରିବେ। ଏହି ଯୋଜନାରେ ୨ ଲକ୍ଷରୁ ଅଧିକ ସ୍ଵୟଂ ସହାୟକ ଗୋଷ୍ଠୀର ମହିଳାମାନେ ସାମିଲ ହୋଇଛନ୍ତି। ଏହି ଯୋଜନାର ରୂପାନ୍ତରିକରଣରେ ମନ୍ତ୍ରୀ ଓ ସାଂସଦ ମାନଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଛି। ତାଙ୍କ ସରକାର ଆସିଲେ ମାଗଣାରେ ସ୍କୁଟି ବଣ୍ଟନ ହେବ ବୋଲି କହି କଟାକ୍ଷ କରିଛନ୍ତି ବିରୋଧୀ ଦଳର ନେତା ମାନେ ।