Monday, December 23, 2024
spot_imgspot_img
Homeତାଜା ଖବରନବୀନ ଚିନ୍ତାଧାରା ର ଉତ୍ସ - ପଞ୍ଚସଖା ନ୍ୟୁଜ

ନବୀନ ଚିନ୍ତାଧାରା ର ଉତ୍ସ – ପଞ୍ଚସଖା ନ୍ୟୁଜ

ଅଗଷ୍ଟ ମାସ ୨୬ ତାରିକ ଶନିବାର ଦିନ ଭୁବନେଶ୍ୱର ସ୍ଥିତ ଜୟଦେବ ଭବନ ପ୍ରାଙ୍ଗଣ ରେ ପଞ୍ଚସଖା ନେବତ୍ସ ପୋର୍ଟାଲ ର ଉଦ୍ଘାଟନ ଏବଂ ପଞ୍ଚସଖା ସମାଚାର ପତ୍ର ର ଲୋକାର୍ପଣ ସମାରୋହ ପାଳନ ହେଇ ଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମେୟର ଶ୍ରୀମତୀ ସୁଲୋଚନା ଦାସ ଙ୍କ କର କମଳା ରେ ଲୋକାର୍ପିତ ହେଇ ଥିଲା । ଏହି ସମାରୋହ ରେ ଯୋଗଦାନ ଦେଇ ଥିଲେ ମାନ୍ୟବର ଜଟଣୀ ବିଧାୟକ ଶ୍ରୀଯୁକ୍ତ ସୁରେଶ କୁମାର ରାଉତ୍ରାୟ ,ବିଧାୟକ ମଧ୍ୟ ଭୁବନେଶ୍ୱର ଅନନ୍ତ ନାରାୟଣ ଜେନା , ବୁଗୁଡ଼ା ଏନ ଏ ସି ଚେୟାରମାନ ଶ୍ରୀଯୁକ୍ତ ଚିତ୍ରସେନ ପ୍ରଧାନ ,ଡ଼କ୍ଟର ଅରବିନ୍ଦ ଡାଲି ବିଧାୟକ , ଡ଼କ୍ଟର ରାଇ ମୋହନ ମିଶ୍ର ମାନେ ପଞ୍ଚସଖା ନିଉଜ ର ପ୍ରଯୋଜକ ସୂର୍ଯ୍ୟ ରାଉଳ ଙ୍କ ମଂଚ କୁ ସୁଶୋଭିତ କରି ଥିଲେ ।

ଶ୍ରୀଯୁକ୍ତ ସୂର୍ଯ୍ୟ ରାଉଳ ବାବୁ ବାର୍ଷିକ ବିବରଣୀ ସହ ସ୍ୱାଗତ ଭାଷଣ ଦେଇ ସମସ୍ତ ସମ୍ମାନିଅ ଅତିଥି ବୃନ୍ଦ ଙ୍କୁ ଷ୍ଟେଜ ଉପରକୁ ଆମନ୍ତ୍ରଣ କରି ଥିଲେ

ଦୀପ ପ୍ରଜ୍ବଳନ କରିବା ସହ ଶ୍ରୀମତୀ ସୁଲୋଚନା ଦାସ ତାଙ୍କ ଉଦ୍ବୋଧନ ରେ ମନ୍ତବ୍ୟ ରଖି ଥିଲେ । ଦୀପ ପ୍ରଜ୍ବଳନ ପରେ ଦେଶାତ୍ମକ କବିତା ପାଠ କରା ଯାଇ ଥିଲା । ତା ସହିତ ସମସ୍ତ ସମ୍ମାନିଅ ଅତିଥି ବୃନ୍ଦାଙ୍କ ଫୁଲ ତୋଡ଼ା ଏବଂ ଉତ୍ତରିଆ ଦିଆ ଯାଇ ଥିଲା ।

ଶ୍ରୀମତୀ ସୁଲୋଚନା ଦାସ ତାଙ୍କ ଅଭିଭାଷଣ ରେ ମନ୍ତବ୍ୟ ଦେଇ ଥିଲେ ପଞ୍ଚସଖା ର ଅନଙ୍ଗ ଉନ୍ନତି ହଉ l ଡ଼କ୍ଟର ଅରବିନ୍ଦ ଢାଳି ତାଙ୍କ ଉଦ୍ବୋଧନ ରେ କହିଲେ ଯେ ସତ୍ୟ ନିଷ୍ଠା ର ସହ ସମାଚାର ପରିବେଷଣ କରନ୍ତୁ , ଏବଂ ଉନ୍ନତୀ କରି ଆଗ ଧାଡ଼ି ର ସମ୍ବାଦ ପତ୍ର ହଉ ।

ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ , ଆମ ପ୍ରିୟ ସୁର ଭାଇନା କହିଲେ ” ଯେ ମାଡ଼ି ଚାଲ ” ।

ଏହି ସମାରୋହ ରେ ପଞ୍ଚସଖା ନିଉଜ ତରଫରୁ ୧୨ ଜଣ ବିଶିଷ୍ଟ ବ୍ୟକ୍ତି ମାନଙ୍କୁ ସମ୍ବର୍ଧନା ଏବଂ ସମ୍ମାନ କରା ଯାଇ ଥିଲା । ଏଥିରେ ଉଲ୍ଲେଖନୀୟ ନାମ ହେଲେ ଶ୍ରୀ ଦିଲୀପ ପାତ୍ର- ଉଦ୍ୟୋଗପତି , ଶ୍ରୀ ଚିତ୍ରସେନ ପ୍ରଧାନ- ବିଶିଷ୍ଟ ସମାଜସେବୀ, ଡ଼କ୍ଟର ରାଇମୋହନ ପାତ୍ର – ବିଶିଷ୍ଟ ସ୍ୱାସ୍ଥ୍ୟ ସେବି , ଶ୍ରୀ ଏସ କେ ଆବୁ ସହର -ବିଶିଷ୍ଟ ନାଗରିକ , ସରୋଜ ରଞ୍ଜନ ପଟ୍ଟନାୟକ – ବିଶିଷ୍ଟ ସାମ୍ବାଦିକ , ପୁଷ୍ପାଞ୍ଜଳି ମଲ୍ଲିକ – ବିଶିଷ୍ଟ ଓଡିଶୀ ନୃତ୍ୟଶିଳ୍ପୀ , ରାମ ଚନ୍ଦ୍ର – ବିଶିଷ୍ଟ ଶିକ୍ଷାବିତ, ରାମ ଚନ୍ଦ୍ର ମହାପାତ୍ର- ସମାଜ ସେବି, ଆନନ୍ଦ ଶାସ୍ତ୍ରୀ – ଫିଲ୍ମ ନିର୍ଦେଶକ , ପ୍ରଶାନ୍ତ ରାୟ  – ଆଇନଜୀବୀ , ଉଲ୍ଲେଖଯୋଗ୍ୟ ।

ସମସ୍ତ ବିଶିଷ୍ଟ ଅତିଥି ମାନଙ୍କୁ ମାନପତ୍ର ପ୍ରଦାନ କରା ଯାଇଥିଲା ଏବଂ ତାଙ୍କ ସାହାଯ୍ୟ ଏବଂ ମାର୍ଗଦର୍ଶନ ଲୋଡ଼ା ହେଇ ଥିଲା  । ଏହି ସମାରୋହ ରେ ଚର୍ଚା ହେଇ ଥିଲା ଯେ କେମିତି ଆମେ ସାମ୍ବାଦିକତା କୁ ରାଜନୀତି, ଅସତ୍ୟ , ଅପପ୍ରବେସନ ରୁ ମୁକ୍ତ ରଖି, ସଦା ସର୍ବଦା ସତ୍ୟ ନ୍ୟାୟ ର ପରିପେକ୍ଷି ରେ ସଂଯୋଜନା କରା ହେଇ ପାରିବ ଏବଂ ଆଜିର ନୂତନ ସମାଜ ର କାର୍ଯ୍ୟଶୈଳୀ ଉପରେ ସମ୍ବାଦ ପତ୍ର  କେତେ ଦୂର ଯାଏ ପ୍ରଭାବ ପକେଇ ପାରିବ ଏବଂ ଏହି ସମାଜ କୁ ସୁଦୃଢ କରିବାରେ ସମ୍ବାଦ ପତ୍ର ର ଭୂମିକା ଉପରେ ଗହନ ଚର୍ଚା ହୋଇ ଥିଲା ।

ଏହି ଉଦ୍ଘାଟନ ସମାରୋହ ଆମ ମାନଙ୍କୁ ସୁଦୃଢ କରି ଥିଲା ଏବଂ ଆମ ମାନଙ୍କୁ ନିର୍ଭିକ ହେଇ କୌଣସି ବି ପରିସ୍ଥିତି କୁ ସାମନା କରିବା ସହ , ନିଜ ସାମ୍ବାଦିକତା କୁ ଉଲ୍ଲେଖନୀୟ ରଖିବା କୁ ନେଇ ଆମେ ବଚନବଦ୍ଧ ହେଇଛୁ  । ଶେଷରେ ଶ୍ରୀଯୁକ୍ତ ରାଉଳ ବାବୁ ଧନ୍ୟବାଦ ଦେଇ ସଭା ଟିକୁ ସମ୍ପୂର୍ଣ କରି ଥିଲେ ।

ରିପୋର୍ଟ – ଦେବାଶିଷ ନାୟକ , ଫୋଟୋ ଚିତ୍ର – ଶ୍ରୀ ପ୍ରିତିରଞ୍ଜନ ( ଆର.ଡି.ଏମ.)

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments