ଜି-୨୦ ରାଷ୍ଟ୍ରମାନଙ୍କର ସଂସଦୀୟ ବାଚସ୍ପତିମାନଙ୍କ ସମ୍ମିଳନୀ(ପି-୨୦) କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନୂଆଦିଲ୍ଲୀର ଯଶୋଭୂମିଠାରେ ଉଦ୍ଘାଟନ କରିଛନ୍ତି। ଇସ୍ରାଏଲ -ହମାସ୍ ଯୁଦ୍ଧ ପରିପ୍ରେକ୍ଷୀରେ ଶାନ୍ତି ଓ ଭାଇଚାରା ଉଦ୍ରେକ ପାଇଁ ସେ ଆହ୍ବାନ ଦେଇ କହିଛନ୍ତି ଆତଙ୍କବାଦ ମାନବୀୟତାର ବିରୋଧୀ। ନବମ ପି -୨୦ ସମିଟ୍ ରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଏହାକୁ ସଂସଦୀୟ ପରମ୍ପରାର ମହାକୁମ୍ଭ ବୋଲି କହିଥିଲେ । ବିବାଦ ଏବଂ ସଂଘର୍ଷ କାହା ପାଇଁ ଭଲ ନୁହେଁ କିନ୍ତୁ ସାରା ବିଶ୍ଵ ଏବେ ସଂଘର୍ଷ ଓ ମୁହାଁମୁହିଁ ସ୍ଥିତିରେ ଅବତୀର୍ଣ୍ଣ। ବିଶ୍ଵ ଶାନ୍ତି ସ୍ଥାପନ ପାଇଁ ଆତଙ୍କବାଦର ମୁକାବିଲା ପାଇଁ କଠୋର ଆଭିମୂଖ୍ୟ ଗ୍ରହଣ କରିବାକୁ ପ୍ରଧାନମନ୍ତ୍ରୀ ଆହ୍ବାନ ଦେଇଛନ୍ତି।