Monday, August 25, 2025
spot_imgspot_img
Homeତାଜା ଖବରଶିକାରୀ ଗୁଳିରେ ଫରେଷ୍ଟର ମୃତ ଘଟଣା, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଶିକାରୀ ଗୁଳିରେ ଫରେଷ୍ଟର ମୃତ ଘଟଣା, ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ରେଞ୍ଜ ରାଜମୋହନପୁର ଜଙ୍ଗଲରେ ପାଟ୍ରୋଲିଂ କରୁଥିବାବେଳେ ଶିକାରୀ ଗୁଳିରେ କାର୍ଯ୍ୟରତ ଫରେଷ୍ଟ ଗାର୍ଡ ପ୍ରହଲ୍ଲାଦ ପ୍ରଧାନଙ୍କ ମୃତ୍ୟୁ ଘଟଣା। ପ୍ରାଣହାନୀ ସମ୍ପର୍କରେ ଜାଣି ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ୩୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏଥିସହ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ କରିବାକୁ ପିସିସିଏଫଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଖବର ଅନୁଯାୟୀ, କାମାକ୍ଷାନଗର ଥାନା ଜିରିଡାମାଳି ଗାଁର ପ୍ରହଲ୍ଲାଦ ପ୍ରଧାନ ହିନ୍ଦୋଳ ଫରେଷ୍ଟ ସେକ୍ସନରେ ଫରେଷ୍ଟ ଗାର୍ଡ ଭାବେ କାର୍ଯ୍ୟ କରୁଥିଲେ। ଶୁକ୍ରବାର ବିଳମ୍ବିତ ରାତି ସମୟରେ ରାଜମୋହନପୁର ତାଣ୍ଡିଚିରା ଜଙ୍ଗଲକୁ ପାଟ୍ରୋଲିଂ କରିବାକୁ ଯାଇଥିଲେ। ଏହି ସମୟରେ ଜନ୍ତୁ ଶିକାରୀମାନେ ଗୁଳି ମାରିବାରୁ ପ୍ରହଲ୍ଲାଦଙ୍କ ଛାତିରେ ବାଜିଥିଲା। ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ସାଥୀ କର୍ମଚାରୀମାନେ ତାଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣାରେ ୪ ଶିକାରୀଙ୍କୁ ବନ ବିଭାଗ ଅଟକ ରଖି ତଦନ୍ତ ଚଳାଇଛି।

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments