Monday, August 25, 2025
spot_imgspot_img
Homeତାଜା ଖବରରାଜରାସ୍ତା ପାଲଟିଲା ମରଣଯନ୍ତା - ଜୀବନ ର ମୂଲ୍ୟ କେତେ ବା ଦେବ ?

ରାଜରାସ୍ତା ପାଲଟିଲା ମରଣଯନ୍ତା – ଜୀବନ ର ମୂଲ୍ୟ କେତେ ବା ଦେବ ?

ଏନ.ଏଚ.ଏ.ଆଇ ଏକ ବହୁପ୍ରତିଷ୍ଠିତ ସରକାରୀ ସଂସ୍ଥା ଯାହା କାର୍ଯ୍ୟ ହଉଚି ନ୍ୟାସନାଲ ହାଇୱେ ର ରକ୍ଷଣ ବେକ୍ଷଣ କରିବା କିନ୍ତୁ ଜଣ ପଡୁଛି ଯେ ଏହି ସଂସ୍ଥା ତାଙ୍କ କାମ ଭୁଲି ଯାଇଛି । ପୁରୀ ଭୁବନେଶ୍ୱର ହାଇୱେ ରେ କାଠ ପୋଲ ନିକସ୍ଥ ରାଜରାସ୍ତା ର ଅବସ୍ଥା ଦେଖିଲେ ଜାଣି ପାରିବେ ଯେ କେଜାନେ କେଉଁ ଯୁଗରୁ ସେ ରାସ୍ତା ର ବାମ ଏବାଙ୍ଗ ମଧ୍ୟ ଭାଗ ରେ ରାସ୍ତା ନଷ୍ଟ ହେଇ ଯାଇଛି ଏବଂ ଦୁଇ ଚକିଆ ଯାନ ଗୁଡିକ ପାଇଁ ବହୁ ବିପଦଜନକ ହେଇ ସାରିଛି । ଏହି ଭାଗ ରେ ରାସ୍ତା ରେ ଗଭୀର ଗର୍ତ୍ତ ସୃଷ୍ଟି ହେଇଚି କାହିଁ କେଉଁ କାଳ ରୁ କିନ୍ତୁ ବୋଧ ହୁଏ ଖାଲି ରଥ ଯାତ୍ରା ସମୟ ରେ ହାଇ ଏନ.ଏଚ.ଏ.ଆଇ କୁ ୟା ବିଷୟରେ ମାନେ ପଡେ, ସେଥି ପାଇଁ ଏନ.ଏଚ.ଏ.ଆଇ ଥୂକ ପାଳିଶ କାମ କରି ଗତ ଗୁଡିକ ଏମିତି ଭର୍ତି କାରୀ ଦିଏ ଯାହା ଦ୍ୱାରା କି ୭ ଦିନ ମଧ୍ୟରେ ସେ ଗର୍ତ୍ତ ଗୁଡାକ ପୁଣି ଆବିର୍ଭାବ ହୁଅନ୍ତି ଶିବଲିଙ୍ଗ ଭଳି ଏବଂ ଦୁଇ ଚକିଆ ଯାନ ମାନେ ଖସି ପଡ଼ିବା ଟା ଏକ ସାଧାରଣ ଦୃଶ୍ୟ  । ଲୋକ ମାନେ ବିଭିନ୍ନ ସମୟ ରେ ବିଭିନ୍ନ ଅସୁବିଧା ର ସମ୍ମୁଖୀନ ହଉ ଛନ୍ତି ଏବାଙ୍ଗ ଗାଡି ଖସି ଯିବାରୁ ମରଣ ମୁଖ କୁ ଚାଲି ଯାଉ ଛନ୍ତି   । ଆପଣ ମାନେ ଭାବିକି ଦେଖନ୍ତୁ ଯଦି ଦୁଇ ଚକିଆ ଟି ଖସି ଯିବା ଦ୍ୱାରା ଚାଲାକ ଯଦି ବାମ ପାର୍ଶ୍ୱ ଜାଗାରେ ଡାହାଣ ପାର୍ଶ୍ୱ କୁ ଚାଲି ଯାଏ ଏବଂ ପଛରୁ ଆସୁ ଥିବା ବଡ ଦ୍ରୁତ ଗତିରେ ବଡ ଗାଡି ଗୁଡାକ ଚାପି ଚାଲି ଯାଏ , ତେବେ ଏ ଦୁର୍ଘଟଣା ର ଦାୟୀ ହେବ କିଏ , ଏନ.ଏଚ.ଏ.ଆଇ ନା ଦୁଇ ଚକିଆ ବାହନ ଚାଳକ ନା ଦ୍ରୁତ ଗତି ରେ ଆସୁ ଥିବା ବଡ ଗାଡି , ନା ଦୁର୍ଭାଗ୍ୟ ??

ଯଦି ନନ ମୋଟର ଇନ୍ସୁରାନ୍ସ ଆକ୍ଟ କୁ ଧରିବା ତାହେଲେ , ଏହି ବିପର୍ଯ୍ୟୟର ସମ୍ପୂର୍ଣ ଦାୟୀ ହବ ରାସ୍ତା ର ନଷ୍ଟ ହେବା, କିନ୍ତୁ ବିଚରା ସେ ବାହାନ ଚାଳକ ର ଭୁଲ କଣ , ସେ ଟା ରୋଡ ଟାକ୍ସ ୱନ ଟାଇମ ଟାକ୍ସ ଦେଇଛି ସରକାର କୁ ରାସ୍ତା ଗୁଡାକ କାମ କରିବା ପାଇଁ ।

ୱନ ଟାଇମ ଟାକ୍ସ ଦେବାର ଲାଭ କଣ, ଆଗ ଭଳି ବାର୍ଷିକୀୟା ରୋଡ ଟାକ୍ସ ହେଇ ଗଲେ ଲୋକ ମାନେ ରୋଡ ଭଲ ନ ହେଲା ଯାଏଁ ଟାକ୍ସ ଦେବେ ନାହିଁ ଆଉ ସରକାର କୁ ଏ ଅନିମିୟତତା ପାଇଁ ସଠିକ ଶାସ୍ତି ମିଳନ୍ତା । ସାଧରଣ ଲୋକଙ୍କ ଉପରେ ଟାକ୍ସ ଭାର ବି କାମ ରୂହନ୍ତା ଏବଂ ସରକାରୀ କଳ ବି ଠିକ ଭାବେ କାର୍ଯ୍ୟ କରନ୍ତା ॥

ଏଟା ଟ ଥିଲା ଏନ.ଏଚ.ଏ.ଆଇ ର କାର୍ଯ୍ୟ ଶୈଳୀ ଉପରେ ଉପାଖ୍ୟାନ, ଏବେ ଚାଲନ୍ତୁ ଜାଣିବା ଲୋକାଲ ସ୍ତର ର କାର୍ଯ୍ୟ କରିବା ବ୍ୟବସ୍ଥା ରେ କାର୍ଯ୍ୟରତ ଆମ ପି.ଡବ୍ଲୁ.ଡି ବିଭାଗ ବିଷୟରେ ।

ପି.ଡବ୍ଲୁ.ଡି ବିଭାଗ – ଯାହା ଉପରେ ପୂରା ରାଜ୍ୟ ର ରାସ୍ତା ଏବଂ ବିଭିନ୍ନ ସିଭିଲ କାମ ର ଦାଇତ୍ୱ , ଏ ବିଭାଗ ତ ନାହି ଉପରେ ତେଲ ଢାଳି ସୋଇ ପଡିଲା ଭଳି ମନେ ହଉଛି । ଯଦି ଆର.ଟି .ଆଇ  କରା ଯିବ, ତାହେଲେ ଜଣ। ପଡ଼ିବା ଯେ ଟେଂଡର ତ ବର୍ଷ କୁ ବାର ମାସ ଚାଲୁଛି , ବେଶ କିଛି ଲୋକ ବିପୁଳ ପରିମାଣରେ ଟଙ୍କା ମଧ୍ୟ ଆୟ କରୁଛନ୍ତି କିନ୍ତୁ ରାସ୍ତା କାମ କେବନେ ଠିକ ଭାବେ ହଉ ନାହିଁ । ସହର ମଧ୍ୟରେ ତ ପୁଣି ବି ଚଳିବ କିନ୍ତୁ ଗ୍ରାମୀଣ ସ୍ତର ରେ ହୀନମାନ ର କାର୍ଯ୍ୟ କରା ଯାଉଛି ଏବଂ ତାର ପ୍ରଭାବ ହେଉଛି , ରାସ୍ତା ଗୁଡିକ ଢଳି ପଡ଼ିବା , ରାସ୍ତା ବହୁ କମ ସମୟ ରେ ଖାଲ ହେଇ ଯିବା, ଘୋଷରା ଧୋଇ ହେଇ ଯିବା , ଆଉ ଯଦି ଭୁଲ ରେ ବନ୍ୟା ଜଳ ମାଡି ଆସିଲା ତାହେଲେ ତ ଆଉ ରାସ୍ତା ହିଁ ରହିବନି  । ତାହେଲେ ଯାଉ ଟେଂଡର ଗୁଡିକ ପାସ ହଉଚି , ସେଗୁଡିକ କୁ କଣ ଇଂଜିନିଅର ବାବୁ ଆଖି  ବନ୍ଦ କରି ବାଣ୍ଟୁଛନ୍ତୀ ନା କଣ ନା ଏଥିରେ ଆଉ କିଛି ଗୁଢ ରହସ୍ୟ ରହିଛି ଯାହାକୁ ଉଜାଗର କରିବାକୁ କଷ୍ଟ କରିବାକୁ ପଡ଼ିବ  ।

ମୁ ଯାଉ ରାସ୍ତା ବିଷୟରେ ଉଲ୍ଲେଖ କରୁ ଆସିଛି ଏହି ଲେଖା ଦ୍ୱାରା ସେ ହଉଛି ବଳଙ୍ଗା ନିମାପଡ଼ା କୁ ସଂଯୋଗ କରୁ ଥିବା ରାସ୍ତା, ଯଦି ଆପଣ ମନେ ସେ ରାସ୍ତା ରେ କେବେ ଦୁଇ ଚକିଆ ନେଇକି ଯାଇ ଥିବେ , ତାହେଲେ ବୁଝି ପାରିବେ ଯେ ସେ ରାସ୍ତା ଗୋଟେ ଛୋଟିଆ ମରଣଯନ୍ତା ଠାରୁ କମ ନୁହେ ।

ଆପଣ ଯେବେ ସାତଶଂଖ ରୁ ବଳଙ୍ଗା ଆଡକୁ ଗତି କରିବେ , ସେଥି ଯୋଡ଼େ ମୋଡ ଆସିବ ଯଉଠି ରାସ୍ତା କମ ଗର୍ତ୍ତ ବେଶୀ ରହିଛି ଆଉ ଯଦି ଭୁଲ ରେ ଅନ୍ୟମନସ୍କ ରହିଛନ୍ତି , ତାହେଲେ ପ୍ରଭୁ ଜଗନ୍ନାଥ ହିଁ ଆପଣଙ୍କୁ ସାହା ହେବା କାଠ ନହେଲେ ମୃତ୍ୟୁ ଟି ସୁନିଶ୍ଚିତ ।

ବଳଙ୍ଗା ରୁ ନିମାପଡ଼ା ପୁରା ରାସ୍ତା ଟିକ ମଧ୍ୟରେ ଅସଂଖ୍ୟ ଭାଗ ରେ ରାସ୍ତା ଭୁଶୁଡି ପଡ଼ି ଥିବାର ର ଆପଣଙ୍କ ନଜର କୁ ଆସିବ । ଏହି ରାସ୍ତା ଟି ବହୁ କମ ଜାଗାରେ ସମତଳ ଦେଖା ଯିବ, ଅଧିକାଂଶ ରାସ୍ତା ଟି ଦୁଇ ପଟକୁ ଅନିୟମିତ ଭାବେ ଢଳି ପଡିଛି ।

ଚାରି ଚକିଆ କିମ୍ବା ବଡ଼ ଗାଡ଼ି ତ ଚଳିବ କିନ୍ତୁ ଦୁଇ ଚକିଆ ବାହନ ଚଲେଇବା ଏକ କାଠିକର ପାଠ ବୋଲି କାହିଁ ପାରିବ । ଗତ ମାସ ବନ୍ୟା ଜଳ ର ପ୍ରବାହ ରେ ରାସ୍ତା ର ଗୋଡ଼ି ଏବଂ ଆଲକାତରା ସମୁଦ୍ର ବାଲି ଭଳି ଭାସି ଯାଇ ଥିବାର ନଜର କୁ ଆସିଛି । ନୂଆରଖିରି ଛକ ପରେ ପରେ ଏକ କଲବର୍ତ୍ତ ଭଙ୍ଗୀ ଯାଇ ଏକ ବଡ଼ ଗର୍ତ୍ତ ସୃଷ୍ଟି କରି ଥିଲା ଯାହା କି ବଡ଼ ଗାଡ଼ି କୁ ବି ଖସେଇ ଦେବାରେ ସକ୍ଷମ , ଅବଶ୍ୟ ଏହି କାମରେ ପି.ଡବ୍ଲୁ.ଡି ସଂସ୍ଥା ଯଥା ଶୀଘ୍ର କାର୍ଯ୍ୟ ଆରମ୍ଭ କରି ଦେଇଛି ଆଉ ଆଶା ଅଛି ଯେ ମାସେ ଭିତରେ ଠିକ ହେଇ ଯିବ ବୋଲି  ।

କିନ୍ତୁ ଏକ ପ୍ରଶ୍ନ ମନ ଭିତରେ ଉଙ୍କି ମାରୁଛି ଯେ ଯଦି ସରକାର ଏତେ ପଦକ୍ଷେପ ଗ୍ରହଣ କରୁ ଛନ୍ତି , ସାଧାରଣ ଲୋକେ ଟିକସ ସମୟ ରେ ବନ୍ଧୁ ଛନ୍ତି , ତାହେଲେ ତ୍ରୁଟି ଟା କେଉଁଠି ?

କଣ କଣ୍ଟ୍ରାକଟର ନିମ୍ନ ମାନ ର କାମ କରୁଛନ୍ତି  ନା , ବିଲ୍ଲ କଲା ବେଳେ କିଛି ଆନିମିୟତତା ରହୁଛି ଯାହା ଦ୍ୱାରା କି କଣ୍ଟ୍ରାକଟର ଉନ୍ନତ ମାନ ର କାର୍ଯ୍ୟ କରି ପାରୁ ନାହାନ୍ତି , ନା ଆଉ କିଛି ବିଘଟନ ଘଟୁଛି ଯାହା ଦ୍ୱାରା ଏ ସବୁ ବିପର୍ଯ୍ୟୟ ହଉଛି ଯାହା କି ସାଧାରଣ ଲୋକଙ୍କ ଲୋକଲୋଚନ ରୁ ଲୁଚି ରହିଛି ?

ତେବେ ୟାର ସତ୍ୟାସତ୍ୟ ତା ଆର.ଟି.ଆଇ. ରେ ହିଁ ପର୍ଦାଫାଶ ହେଇ ପାରିବ , ଅବଶ୍ୟ କାର୍ଯ୍ୟରତ ଥିବା ଯେ.ଇ. ଙ୍କୁ ବି ପଚରା ଉଚରା କଲେ ମଧ୍ୟ ଜଣା ପଡ଼ିବ  ।

ବୋଧ ହୁଏ ସରକାରୀ କଳ ଆର.ଟି.ଆଇ. କୁ ଆଉ ଡରୁ ନାହିଁ କିମ୍ବା ସବୁ ପଇସା ର ଖେଳ ? ଅବଶ୍ୟ ସମୟ ବଡ଼ ବଳବାନ , ଯିଏ ଯେମିତି କରିବା ତା ପରା ସମୟ ଟା ବି ଠିକ ସେମିତି ହିଁ ରହିବ ।

ଜୟ ଜଗନ୍ନାଥ

ଆପଣଙ୍କ ନିଜର

ଦେବାଶିଷ ନାୟକ

RELATED ARTICLES

LEAVE A REPLY

Please enter your comment!
Please enter your name here

- Advertisment -spot_img

Most Popular

Recent Comments