ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଥିବା ଶ୍ରୀଜିଉଙ୍କ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଗଣତି
ମଣତିର ଷ୍ଟାଟସ୍ ରିପୋର୍ଟ ତଲବ ପାଇଁ ଦାୟର ଅନ୍ତରୀଣ ଆବେଦନ ଉପରେ ପକ୍ଷ ରଖିବାକୁ ରାଜ୍ୟ
ସରକାରଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ୍ ହରୀଶ ଟଣ୍ଡନ ଓ ଜଷ୍ଟିସ୍?
ବି.ପି.ରାଉତରାୟଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଆଜି ମାମଲାର ଶୁଣାଣି ବେଳେ ଆବେଦନକାରୀଙ୍କ
ତରଫରୁ ଦର୍ଶାଯାଇଥିଲା ଯେ ରତ୍ନଭଣ୍ଡାର ଖୋଲା ଯିବାକୁ ଇତିମଧ୍ୟରେ ୮/୯ ମାସ ବିତି ଗଲାଣି।
ତେଣୁ ଗଣତି ମଣତି ପ୍ରସଂଗରେ ସରକାର ସ୍ଥିତି ସ୍ପଷ୍ଟ କରିବା ଉଚିତ। ଏ ପ୍ରସଙ୍ଗରେ ସରକାରଙ୍କ ତରଫରୁ
ଦର୍ଶାଯାଇଥିଲା ଯେ ରତ୍ନଭଣ୍ଡାର ମରାମତି ପାଇଁ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀ ଶ୍ରୀମନ୍ଦିର ପରିସରରେ
ଥିବା ଅନ୍ୟ ଏକ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ହାଇକୋର୍ଟ ୭୦ ଦଶକରେ ପ୍ରସ୍ତୁତ ତାଲିକା ସହିତ
ସାନି ମଣତି ଗଣତି ବେଳେ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ତୁଳନା କରାଯିବା ଉପରେ ଗୁରୁତ୍ୱାରୋପ
କରବି । ସହତି ରନôଭ ଣ୍ଡାର ମରାମତି ପାଇଁ ଆଉ କେତେ ଦନି ଲାଗବି ବୋଲି ପ୍ରଶ୍ନ କରିଥିଲେ। ସା୍ନ ନପଣ୍ଣୂ ିର୍ମ ।
ପୂର୍ବରୁ ମରାମତି କାର୍ଯ୍ୟ ସଂପୂର୍ଣ୍ଣ ?ଶେଷ ହେବାର ସମ୍ଭାବନା ରହିଛି ବୋଲି ଏଏସ୍ଆଇ ତରଫରୁ
ଦର୍ଶାଯାଇଥିଲା। ସ୍ନାନ ପୂର୍ଣ୍ଣିମା ପୂର୍ବରୁ ସଂପୂର୍ଣ୍ଣ ହେବ ମରାମତି ଜଷ୍ଟିସ୍ ରଘୁବୀର ଦାସ କମସି ନ୍ ରିପୋର୍ଟ
ଉପସ୍ଥାପନ ପାଇଁ ପୁଣି ୨ମାସ ଲୋଡ଼ିଲେ ସରକାର ଅନ୍ୟପଟେ ରତ୍ନଭଣ୍ତାର ଚାବି ହଜିବା ଘଟଣାର
ତଦନ୍ତ କରି ଜଷ୍ଟିସ୍? ରଘୁବୀର ଦାଶ କମିସନ୍ ଦାଖଲ କରିଥିବା ରିପୋର୍ଟ କ୍ୟାବିନେଟ୍ରେ ଉପସ୍ଥାପନ
କରିବେ ବୋଲି ସରକାର ପୂର୍ବରୁ ସତ୍ୟପାଠ ଦାଖଲ କରି କହିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ କୌଣସି ପଦକ୍ଷେପ
ଗ୍ରହଣ କରାଯାଇ ନାହିଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏଥି ପାଇଁ କେ?ତେ
ସମୟ ସରକାରଙ୍କ ଆବଶ୍ୟକ ବୋଲି ହାଇକୋର୍ଟ ଆଜି ପ୍ରଶ୍ନ କରିଥିଲେ। ଏହି ପ୍ରସଂଗରେ ପକ୍ଷ ରଖିବାକୁ
୨ ମାସ ସମୟ ପ୍ରଦାନ କରାଯାଉ ବୋଲି ସରକାରଙ୍କ ତରଫରୁ ଦର୍ଶାଯାଇଥିଲା। ଏଠାରେ
ଉଲ୍ଲେଖଯୋଗ୍ୟ ଯେ ଜନସ୍ୱାର୍ଥ ମାମଲାର ଆବେଦନକାରୀ ଦିଲ୍ଲୀପ କୁମାର ବରାଳଙ୍କ ତରଫରୁ ଏକ
ଅନ୍ତରୀଣ ଆବେଦନ ଦାୟର କରାଯାଇ ଶ୍ରୀଜିଉଙ୍କ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି ମଣତି
ପ୍ରସଂଗରେ ଏବେ କଣ ସ୍ଥିତି ରହିଛି ସେ ନେଇ ଷ୍ଟାଟସ ରିପୋର୍ଟ ତଲବ କରାଯାଉ ବୋଲି ଦର୍ଶାଯାଇଛି।
ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ଅନୁପ କୁମାର ମହାପାତ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ
ଆଡ୍?ଭୋକେଟ୍? ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ମାମଲା ପରିଚାଳନା କରୁଛନ୍ତି।