ଏହି କାର୍ଯ୍ୟକ୍ରମରେ ଉତ୍କଳ ସାହିତ୍ୟ ସମାଜର ସଭାପତି, ସମ୍ପାଦକ, ମୁଖ୍ୟ ଅତିଥି ପୂର୍ବତନ ପ୍ରଶାସକ ବଟକୃଷ୍ଣ ତ୍ରିପାଠୀ, ପରିବାରବର୍ଗ, ବନ୍ଧୁ ଓ ତାଙ୍କର ପ୍ରଶଂସକମାନେ ଉପସ୍ଥିତ ଥିଲେ। ସ୍ବର୍ଗତ ଅନାଦି ସାହୁ ଜଣେ ଦକ୍ଷ ପ୍ରଶାସକ ସହିତ ସାହିତ୍ୟିକ ମଧ୍ୟ ଥିଲେ। ତାଙ୍କ ରଚିତ ପୁସ୍ତକ ଗୁଡିକ ଉଚ୍ଚକୋଟୀର ସହିତ ଅନୁଶାସନର ବାର୍ତ୍ତା ସମାଜକୁ ଦେଲାପରି ଲିଖିତ। ତାଙ୍କ ରଚିତ ନାଟକ ମଧ୍ୟ ଅତି ହୃଦୟସ୍ପର୍ଶି ହୋଇଛି। ବିଶେଷ କରି କଟକ ସହରକୁ ଶାନ୍ତ ଓ ସୁସ୍ଥ ସହର କରିବାରରେ ଅଧିକ ଅବଦାନ ରହିଛି। ସେ ସଦାସର୍ବଦା ଚିରସ୍ମରଣୀୟ ହୋଇ ରହିବେ ଏଥି ସହିତ ତାଙ୍କର ତୈଳଚିତ୍ର କୁ ଉନ୍ମୋଚନ ମଧ୍ୟ କରାଯାଇଛି।